229

Saswat Sankalpa

(0 customer review)

ସାହିତ୍ୟ ହୃଦୟ ସହ ହୃଦୟକୁ ଯୋଡୁଥାଏ। ମାଟି ସହ ଆକାଶକୁ ଯୋଡୁଥାଏ। ଯୋଡୁଥାଏ ସ୍ଥୂଳ ସହ ସୂକ୍ଷ୍ମ ଅନୁଭୂତିମାନଙ୍କୁ। ସେଠି ଈର୍ଷା ଅସ୍ବୟାର ସ୍ଥାନ ନାହିଁ। ଏଠି ସ୍ଥାନ ନାହିଁ ଭାଷାଗତ, ଜାତିଗତ, ଶିକ୍ଷାଗତ ବିଭେଦର। ସାହିତ୍ୟ ଜଗତରେ ବୟସ, ବିଦ୍ୟା, ପଦ-ପଦବୀ ଓ ସମ୍ମାନର ପ୍ରସଙ୍ଗ ଅବାନ୍ତର। ନଚେତ୍ ଭୀମ ଭୋଇ ଆମମାନଙ୍କୁ ଚକିତ କରି ନଥାନ୍ତେ ବା ସାରିଆ ଭଗିଆ ଚରିତ୍ର ଦୁଇଟି ଆମ ମନକୁ ରସାଣିତ କରି ନଥାନ୍ତେ। ଯେମିତି ଅଗଣିତ ନକ୍ଷତ୍ରକୁ ନେଇ ଗଢା ଏ ସୌରଜଗତ, ଅମାପ ଜଳବିନ୍ଦୁକୁ ନେଇ ଏ ନୀଳ ସାଗର, କୋଟି କୋଟି ଧୂଳିକଣାର ସମାହାରରେ ସୃଷ୍ଟ ଧରଣୀମାତା, ସହସ୍ରାଧିକ ପଶୁ ମାନଙ୍କର ମଧୁର କାକଳିରେ ଗୁଞ୍ଜରିତ ବନଭୂମି, ଅନେକ ଫୁଲର ଗୁଚ୍ଛକୁ ନେଇ ସୁନ୍ଦର ମାଳାଟିଏ; ସେମିତି ଅନେକ ଲେଖିକା ଓ ଲେଖକ,ଭଉଣୀ ଭାଇମାନଙ୍କର ମନର ଭାବଧାରା, ହାର୍ଦ୍ଦିକ ଅନୁଭୂତି ତଥା ଲେଖିବାର ଉଚ୍ଚାକାଂକ୍ଷା ଓ ଆଶାଭିଳାଷକୁ କଲମ ମୁନରେ ଲିପିବଦ୍ଧ କରି ସୃଷ୍ଟ ଆମର ଏହି 'ଶାଶ୍ୱତ ସଂକଳ୍ପ" କବିତାର ନୂତନ ସଂସ୍କରଣ । ପାରସ୍ପରିକ ଦୂରତ୍ବ, ଭାଷାଗତ, ଜାତିଗତ ଓ ଶିକ୍ଷାଗତ ତାରତମ୍ୟକୁ ମୂଳପୋଛ କରି ତା'ର ସମସ୍ତ ସନ୍ତାନକୁ ଅଭୟ ପଣତ ତଳେ ସୁରକ୍ଷା ଦେଇ ଥିବାରୁ ପ୍ରଥମେ ମା'ର ଚରଣ ତଳେ ସମସ୍ତଙ୍କର କୋଟି କୋଟି ମଥାନତ ପ୍ରଣାମ। ଅସୁମାରି ଆଶା ନେଇ ମନର ଦିଗଦିଗନ୍ତରୁ ଓହ୍ଲାଇ ଆସିଥିବା ସବୁ ଭଉଣୀ ଭାଇମାନଙ୍କୁ ଚିରଦିନ ପାଇଁ ଏମିତି ଏକ ଅକାଟ୍ୟ ବନ୍ଧନରେ ବାନ୍ଧି ରଖନ୍ତୁ। ସର୍ବ କୁଶଳରେ ଥାଇ ନିଜର ଲେଖନୀ ମୁନକୁ ଚାଳନା କରି ନିଜନିଜର ଗନ୍ତବ୍ୟ ପଥରେ ସୁଚାରୁ ରୂପେ ଆଗେଇ ଚାଲନ୍ତୁ। ଏଥିପାଇଁ ପାଠିକା ପାଠକମାନଙ୍କର ସୁଚିନ୍ତିତ ମନ୍ତବ୍ୟ, ମତାମତ, ଉତ୍ସାହ, ଆବେଗ ଏବଂ ଆଶୀର୍ବାଦ ଏକାନ୍ତ କାମ୍ୟ। ॥ଇତି॥ ''ଶାଶ୍ୱତ ସଂକଳ୍ପ" ସଂସ୍କରଣର ପରିବାର ଡ୍ରପ୍ ଲେଟ ଇଙ୍କ ପବ୍ଲିକେଶନ ସଂକଳିକା- ଜୟଶ୍ରୀ ସାହୁ

BUY NOW

Publisher: Author:

ISBN: 978-93-5452-039-6 | Language: English | Pages: 156
Category:

Meet The Author

" My books are marked down because most of them are marked with a on the edge by publishers. "

0 review for Saswat Sankalpa

No reviews to display.
Add a review

Your email address will not be published. Required fields are marked *